ପୁରୀ : ନୂଆବର୍ଷ ପାଇଁ ଜନ ସମୁଦ୍ର ହେବ ପୁରୀ । ଏବେଠୁ ଲାଗିଲାଣି ଗହଳି ଚହଳି । ଶ୍ରୀମନ୍ଦିର ଠାରୁ ମହୋଦଧି , ବଡଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି । ପର୍ୟ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ୟ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି । ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ । ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ୟ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି । ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ ।
Views: 48