ଭୁବନେଶ୍ୱର : ଗିରଫ ହେଲେ ବୋରିଗୁମ୍ମା ଭାରପ୍ରାପ୍ତ ଏଆରଆଇ । କୋରାପୁଟ ଜିଲ୍ଲା ବୋରିଗୁମା କୁମୁଳି ସର୍କଲର ଭାରପ୍ରାପ୍ତ ଏଆରଆଇ ସୁରେନ୍ଦ୍ର ତନ୍ତି । ଭିଜିଲାନ୍ସ ରେଡ୍ ବେଳେ ତାଙ୍କର ଅଚଳାଚଳ ସଂପତ୍ତି ଠାବ ହୋଇ ଛି । ୩ଟି ବହୁତଳ ବିଲ୍ଡିଂ, ୧୭ଟି ପ୍ଲଟ୍ ର ମାଲିକ ସୁରେନ୍ଦ୍ର । ବୋରିଗୁମାର ବିଭିନ୍ନ ସ୍ଥାନରେ ରହିଛି ବିଲ୍ଡିଂ ଓ ପ୍ଲଟ୍ । ରେଡ୍ ବଳେ ୮୪ ଲକ୍ଷ ଟଙ୍କାର ଜାମା ରାଶି ଠାବ ହୋଇଛି । ଦେଢ଼ ଶହ ଗ୍ରାମ ସୁନା, ଦେଢ଼ ଲକ୍ଷ ନଗଦ ଟଙ୍କା ଓ ୩ଟି ୪ କଚିଆ ଗାଡ଼ି ଠାବ ହୋଇଛି । ଗୋଟିଏ ବୋଲେରୋ, ଗୋଟିଏ ମହିନ୍ଦ୍ରା ଓ ଗୋଟିଏ ଅଲଟୋ କାର୍ । କୋଟିଏରୁ ଅଧିକ ଟଙ୍କାର ସଂପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।
Views: 38