ଭୁବନେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାଜରେ ଧରା ପଡିଲେ ଗ୍ରାମରକ୍ଷୀ । ଏଏସଆଇଙ୍କ ପାଇଁ ନେଉଥିଲେ ଲାଞ୍ଚ । ୩୫୦୦ ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ । କଳାହାଣ୍ଡି ଜୁନାଗଡ଼ ଥାନା ଗ୍ରାମରକ୍ଷୀ ଶ୍ରୀମୁଖ ବାଗ । ସେହି ଥାନାର ଏଏସଆଇ ମୁକୁନ୍ଦ ଖେମୁଣ୍ଡ । ଏଏସଆଇଙ୍କ ପାଇଁ ୩ ହଜାର ଓ ନିଜ ପାଇଁ ୫୦୦ ଟଙ୍କା ନେଉଥିଲେ ଗ୍ରାମରକ୍ଷୀ । ଏକ ମାମଲାର ରଫାଦଫା ପାଇଁ ନେଉଥିଲେ ଏହି ଲାଞ୍ଚ । ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଖସି ଯିବାକୁ ସମର୍ଥ ହୋଇଛନ୍ତି । ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ଭିଜିଲାନ୍ସ ।
Views: 44