ଢେଙ୍କାନାଳ : ଚଳନ୍ତା ଟ୍ରେନରୁ ଖସି ପଡିଲେ ମାଆ ଓ ପୁଅ । ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଓହ୍ଲାଇବା ବେଳେ ଅଘଟଣ । ୧୨ ବର୍ଷର ପୁଅ ଓ ମାଆ ଗୁରୁତର , ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦ୍ୱୟ ହେଲ ଭଗବତୀ ଦେହୁରୀ ଓ ତାଙ୍କ ପୁଅ ରୁଦ୍ର ନାରାୟଣ ଦେହୁରୀ । ସୂଚନା ଅନୁସାରେ ଆଜି ସକାଳେ ମା’ପୁଅ ପାସେଞ୍ଜର ଟ୍ରେନ ବଦଳରେ ଭୁଲରେ ପୁରୀ ଦୁର୍ଗ ଏକ୍ସପ୍ରେସରେ ଚଢ଼ି ଯାଇଥିଲେ । ଢେଙ୍କାନାଳ ନିକଟସ୍ଥ ଦାଣ୍ଡିମାଳ ଷ୍ଟେସନରେ ସେମାନଙ୍କର ଓହ୍ଲାଇବାର ଥିଲା । କିନ୍ତୁ ଏକ୍ସପ୍ରେସ ଟ୍ରେନ ହୋଇଥିବାରୁ ସେଠାରେ ଅଟକି ନଥିଲା । ଟ୍ରେନ ନ ଅଟକିବାରୁ ମା’ପୁଅ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ପୁଅର ଗୋଡ ବଗିର ଡୋର ନିକଟରେ ଖସି ଯାଇଥିଲା । ପୁଅକୁ ଧରିବାକୁ ଯାଇ ମାଆ ମଧ୍ୟ ଖସି ପଡ଼ିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମା’ପୁଅଙ୍କ ଅବସ୍ଥା ଗୁରୁତର ରହିଛି ।
Views: 40