ଜୟପୁର : ୪ ଦିନ ହେଲାଣି ଏବେ ବି ଫସିଛି ୩ ବର୍ଷର ଶିଶୁ କନ୍ୟା ଚେତନା । ରାଜସ୍ଥାନର ସାରୁନ୍ଦ ଅନ୍ତର୍ଗତ କୋଟପୁତଲିରେ ବୋରୱେଲରେ ଏବେ ବି ଫସିଛି ୩ ବର୍ଷର ଶିଶୁ ଚେତନା। ୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ସ୍ବତନ୍ତ୍ର ଟିମ ବା ରେଟ୍ ମାଇନର । ଗତ ୨୩ ତାରିଖରେ ୭୦୦ ଫୁଟ ଗଭୀର ନଳକୂପରେ ଖସିଯାଇଥିଲା ଚେତନା।ତେବେ ସେ ୧୫୦ ଫୁଟରେ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି। ରେଟ୍ ମାଇନରମାନେ ବିଶେଷ କରି ମେଘାଳୟରେ ବସବାସ କରିଥାନ୍ତି। ସେମାନେ ଅତି କ୍ଷୁଦ୍ର ଗର୍ତ୍ତ ଖୋଳି ଭିତରେ ପଶିବାର କୌଶଳ ହାସଲ କରିଛନ୍ତି। ଗତବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ସିଲ୍କୟାରା ଟନେଲରେ ଫସିଥିବା ୪୧ ଶ୍ରମିକକୁ ରେଟ୍ ମାଇନର ଟିମ୍ ଉଦ୍ଧାର କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା। ୨୦୧୪ରେ ଏହି ଧରଣର ମାଇନିଂକୁ ମେଘାଳୟ ସରକାର ନିଷିଦ୍ଧ କରିଥିଲେ। ବର୍ତ୍ତମାନ ଚେତନା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।
୪ ଦିନ ହେଲାଣି ଏବେ ବି ଫସିଛି ୩ ବର୍ଷର ଶିଶୁ କନ୍ୟା ଚେତନା, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











