The Ultimate Managed Hosting Platform
ADVERTISEMENT

ଆଫଗାନିସ୍ତାନରେ ପାକର ବିମାନ ଆକ୍ରମଣ, ୪୬ ଜଣଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

କାବୁଲ : ଆଫଗାନିସ୍ତାନରେ ପାକର ବିମାନ ଆକ୍ରମଣ ।ଆଫଗାନିସ୍ତାନରେ ଆତଙ୍କବାଦୀ ଆଡ଼ା ଧ୍ବଂସ କରିବା ପାଇଁ ପାକିସ୍ତାନ ଗତରାତିରୁ ବଡ଼ ଧରଣର ସାମରିକ ଅଭିଯାନ ଅଭିଯାନ ଆରମ୍ଭ କରିଛି। ପାକ୍ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁଁ ପକ୍ତିକା ପ୍ରଦେଶରେ ୪୬ ଜଣ ଆଫ୍ଗାନ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ-ତାଲିବାନର ମୁଖପାତ୍ର ହମଦୁଲ୍ଲା ଫିତରତ୍ଙ୍କ କହିବାନୁସାରେ ପକ୍ତିକା ପ୍ରଦେଶରେ ପାକିସ୍ତାନର ଦୁଇଟି ବୋମାବର୍ଷୀ ବିମାନ ଏକାଧିକ ପର୍ୟ୍ୟାୟରେ ଆକ୍ରମଣ କରିଛି। ଆଫ୍ଗାନିସ୍ତାନ ତୁରନ୍ତ ଏୟାର ଷ୍ଟ୍ରାଇକ୍ର ଜବାବ ଦେଇନଥିଲେ ମଧ୍ୟ ଆକ୍ରମଣର ପ୍ରତିଶୋଧ ଯେ କୌଣସି ସମୟରେ ନିଆଯିବ ବୋଲି କହିଛି। ମାର୍ଚ୍ଚ ପରଠାରୁ ‘ତେହରିକ ଏ ପାକିସ୍ତାନୀ ତାଲିବାନ’ର ଆଶ୍ରୟସ୍ଥଳୀ ଉପରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ଆକ୍ରମଣ।ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଗୁଇନ୍ଦାଭିତ୍ତିକ ଆକ୍ରମଣ ହୋଇଛି ଏବଂ ଆମେ କେବଳ ଆତଙ୍କୀ ଶିବିର ଧ୍ବଂସ କରିଛୁ ବୋଲି ପାକିସ୍ତାନ କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login