The Ultimate Managed Hosting Platform
ADVERTISEMENT

ଓଡିଶା ସବୁବେଳେ ମୋ ହୃଦୟରେ ରହିବ-ରଘୁବର

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀ ଦାସ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଯୋଗୁଁ ଓଡିଶାର ରାଜ୍ୟପାଳ ଦାୟିତ୍ୱ ନେଇଥିଲି । ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିକଶିତ ଓଡ଼ିଶା ଗଠନ ହେବ। ଏବେ ଦଳ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବି। ଆଗାମୀ ଭବିଷ୍ୟତ ନେଇ ହାଇକମାଣ୍ଡଙ୍କ ଯାହା ନିଷ୍ପତି ଆସିବ ସାଧାରଣ କାର୍ୟ୍ୟକର୍ତ୍ତା ଭାବେ ଗ୍ରହଣ କରିବି। ସେହିପରି ରାଜଭବନରୁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ବିଦାୟୀ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ମୋ ହୃଦୟରେ ସବୁବେଳ ପାଇଁ ରହିବ। ଓଡ଼ିଶାବାସୀ ଯେଉଁ ଅପାର ସ୍ନେହ, ଶ୍ରଦ୍ଧା ଓ ଖୁସି ପ୍ରଦାନ କରିଛନ୍ତି ସେଥିପାଇଁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା। ଓଡ଼ିଶାବାସୀଙ୍କ ଉତ୍ସାହ, ଅତୁଳନୀୟ ଆତିଥ୍ୟ ମୋ ହୃଦୟରେ ଗଭୀର ଛାପ ଛାଡ଼ିଛି। ଓଡ଼ିଶାବାସୀଙ୍କର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login