ଶିମିଳିପାଳ : ଜିନ୍ନତ ପାଇଁ ନାକେଦମ ହେଲାଣି ବନ ବିଭାଗ । ଶିମିଳିପାଳରୁ ଝାଡଖଣ୍ଡ ଦେଇ ପସ୍ଚିମବଙ୍ଗକୁ ପଳାଇଥିବା ବାଘୁଣି ଜିନତକୁ ଓଡିଶା ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ । ନେକ କଲାରରୁ ତାକୁ ଟ୍ରାକ କରି ହେଉନି । ଏପରିସ୍ଥିତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ବଦୱାନ ନିକଟବର୍ତ୍ତୀ ଆଠୋଟି ଗାଁରେ ସ୍କୁଲ କଲେଜ ଓ ହୋଟେଲ ବନ୍ଦ ରଖାଯାଇଛି । ପ୍ରତିଦିନ ୨୫ରୁ ୩୦ କିଲୋମିଟର ଆଗକୁ ଯାଉଛି ଜିନତ । ଏବେ ପଡୋଶୀ ପଶ୍ଚିମବଙ୍ଗରେ ବୁଲୁଛି ବାଘୁଣୀ ଜିନତ୍ । ଏପରି ଆଗକୁ ଗଲେ ଖୁବଶୀଘ୍ର ଭାରତ ସୀମା ପାର ହୋଇ ବାଂଲାଦେଶ ଚାଲି ଯିବା ସମ୍ଭାବନା ରହିଛି । ତେଣୁ ଖୁବଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଯୋଜନା କରୁଛି ବନବିଭାଗ । ଏବେ ଜିନତ୍ ପଶ୍ଚିମ ମେଦିନୀପୁର ଝାରଗ୍ରାମ ଡେଇଁ ପୁରିଲିଆ ଜିଲ୍ଲା ବୁଦୱାନରେ ପହଂଚିଛି । ଏଥିପାଇଁ ହାଇଆଲର୍ଟରେ ଅଛି ପୁରୁଲିଆ ଜିଲ୍ଲା । ଜିନତକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ବନବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି । ସୁଯୋଗ ପାଇବା ମାତ୍ରେ ଟାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଅଣାଯିବ ।
ଜିନ୍ନତ ପାଇଁ ନାକେଦମ ହେଲାଣି ବନ ବିଭାଗ, ବାଂଲାଦେଶ ଚାଲି ଯିବା ସମ୍ଭାବନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











