The Ultimate Managed Hosting Platform
ADVERTISEMENT

ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ଏଆଇ ଦାୟିତ୍ୱ ଗ୍ରହଣ କରିବେ ଶ୍ରୀରାମ କୃଷ୍ଣନ

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଏଆଇ ଦାୟିତ୍ୱ ଗ୍ରହଣ କରିବେ ଶ୍ରୀରାମ କୃଷ୍ଣନ । ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉଦ୍ୟୋଗୀ ତଥା ଲେଖକ ଶ୍ରୀରାମ କୃଷ୍ଣଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ବଡ଼ ଦାୟିତ୍ଵ ଦିଆଯାଉଛି। ଏହା ବ୍ୟତୀତ ସେ ଆମେରିକାର ନେତୃତ୍ୱରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଶ୍ରୀରାମ କୃଷ୍ଣ ଏଆଇରେ ବରିଷ୍ଠ ହ୍ଵାଇଟ ହାଉସର ନୀତି ପରାମର୍ଶଦାତା ଭାବରେ କାର୍ୟ୍ୟ କରିବେ। ୱିଣ୍ଡୋଜ୍ ଆଜୁରର ପ୍ରତିଷ୍ଠାତା ସଦସ୍ୟ ଭାବରେ ମାଇକ୍ରୋସଫ୍ଟରେ ଶ୍ରୀରାମ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଶ୍ରୀରାମ କୃଷ୍ଣନନ୍ ମାଇକ୍ରୋସଫ୍ଟ, ଟ୍ୱିଟର, ୟାହୁ, ଫେସବୁକ୍ ଏବଂ ସ୍ନାପ୍ ଭଳି ଅନେକ ବଡ଼ ବଡ଼ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login