ଇନେ୍ଦାର : ମଧ୍ୟପ୍ରଦେଶ ସରକାରଙ୍କ ନୂଆ ନିୟମ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଆସନ୍ତା ଜାନୁୟାରୀ ୧ରୁ ଏକ ନୂଆ ଆଇନ ଲାଗୁ ହେବାକୁ ଯାଉଛି । ପ୍ରକୃତରେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି । ଜିଲ୍ଲା ପ୍ରଶାସନ ପୂର୍ବରୁ ହିଁ ଭିକ୍ଷାବୃତ୍ତି ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏହି ଅଭିଯାନ ୧୦ଟି ସହରରେ ଚାଲୁ ରହିଛି । ପ୍ରଶାସନ ସଙ୍ଗଠନଗୁଡ଼ିକ ମାଧ୍ୟମରେ ଭିକାରୀମାନଙ୍କୁ ୬ ମାସ ପର୍ୟ୍ୟନ୍ତ ଆଶ୍ରୟ ଏବଂ କାମ ଯୋଗାଇ ଦେବାରେ ସାହାଯ୍ୟ କରିବ । ଜିଲ୍ଲା ଅଧିକାରୀ ଆଶିଷ ସିଂ କହିଛନ୍ତି, ଭିକ୍ଷାବୃତ୍ତି ବିରୋଧରେ ସଚେତନତା ଅଭିଯାନ ଚାଲିଛି, ଯାହା ୨୦୨୪ ଡିସେମ୍ବର ଯାଏ ଜାରି ରହିବ । କହି ରଖୁଛୁ, ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର କୁହାଯାଏ । ଏବେ ଏହି ସହର ଭିକାରୀମୁକ୍ତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି । ନୂଆବର୍ଷ ଅର୍ଥାତ୍ ୨୦୨୫ ଜାନୁୟାରୀ ୧ରୁ ଯେଉଁ ବି ବ୍ୟକ୍ତି ଭିକାରୀମାନଙ୍କୁ ପଇସା ଦେବ, ତାଙ୍କ ବିରୋଧରେ ଏତଲା ପଞ୍ଜିକୃତ କରାଯିବ । ବର୍ତ୍ତମାନ ସମୟରେ ଇନ୍ଦୋରରେ ଭିକାରୀମାନଙ୍କୁ ଧରପକଡ଼ ଚାଲିଛି । ସେମାନଙ୍କୁ ଧରାଯାଇ ଆଶ୍ରୟସ୍ଥଳ ପଠାଯାଉଛି ।
ଜାନୁଆରୀ ୧ରୁ ସରକାର ଆଣୁଛନ୍ତି ନୂଆ ନିୟମ. ଏଣିକି ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











