ଆଳି : ଡକାୟତି ଘଟଣାରେ ୭ ଜଣ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗରଖ ଗାଁର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଗହଣା, ନଗଦଟଙ୍କା,ଜବତ କରିଛି ଆଳି ପୋଲିସ । ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ, କଟୁରି, ବାଇକ ଓ ୬ଟି ମୋବାଇଲ ମଧ୍ୟ କରାଯାଇଛି । ଗିରଫ ଡକାୟତଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ମାମଲା ରହିଛି। ଗତ ୫ ତାରିଖରେ ଆଳି ଅଙ୍ଗାରଖ ଗାଁର ପ୍ରଭାକର ପ୍ରଧାନଙ୍କ ଘରେ ଡକାୟତମାନେ ପଶି ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଅଳଙ୍କାର । ସେଦିନ ରାତି ପ୍ରାୟ ୮ଟା ସମୟରେ ଗାଁର ପ୍ରଭାକର ପ୍ରଧାନଙ୍କ ଘର ଭିତରକୁ କିଛି ମୁୁଖାପିନ୍ଧା ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଘର ଭିତରକୁ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ପ୍ରଭାକର ପ୍ରଧାନ ଓ ତାଙ୍କ ବୋହୂଙ୍କୁ ଭୁଜାଲିରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘରେ ଥିବା ଗଡ୍ରେଜ୍ ଲକର ଭାଙ୍ଗି ନଗଦ ଟଙ୍କା ଓ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ଖବର ପାଇ ଆଳି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
୭ ଡକାୟତ ଗିରଫ : ବନ୍ଧୁ. କଟୁରି ବାଇକ ଜବତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











