The Ultimate Managed Hosting Platform
ADVERTISEMENT

ବନବିଭାଗ ଓ ମାଛ ମାଫିଆଙ୍କ ଅସାଧୁ ମେଣ୍ଟ ପାଇଁ ନିଶ୍ଚିହ୍ନ ହେବ ଭିତରକନିକା

Facebook
Twitter
LinkedIn

କେନ୍ଦ୍ରାପଡା, ଭିତର କନିକାରେ ଚାଲିଛି ମାଛ ମାଫିଆ ଓ ବନ ବିଭାଗର ଚାଲିଛି ମଧୁଚନ୍ଦ୍ରିକା । ଯାହାପାଇଁ ଜଙ୍ଗଲକୁ ସୁରକ୍ଷା ଦେଉôଥିବା ତାରଜାଲି କାଟି ବୋଟ୍ ଗୁଡିକ ଅବାଧ ପଶିବାର ଲାଗିଛି । ମାଫିଆ ମାନେ ବିଭିନ୍ନ ପ୍ରକାର ମାଛଧରା ଜାଲ ରଖି ମାଛ ଧରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ବେଡ ଜାଲରେ ପଡୁଥିବା ଛୋଟ ଛୋଟ କୁମ୍ଭୀରଙ୍କୁ ମାରି ପୋତି ଦେଉଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସିବାରେ ଲାଗିଛି । ଖାଲିସେତିକି ନୁହେଁ ଜଙ୍ଗଲ ଜମକୁ ରୋହିଙ୍ଗିଆ ବାଂଲାଦେଶୀମାନେ କବ୍ଚା କରିବା ସହ ଘର ଦ୍ୱାର ଓ ଦୋକାନ ଆଦି କରି ରହୁଥିବା ବେଳେ ବନ ବିଭାଗ ସେମାନଙ୍କୁ ହଟାଇବା ବଦଳରେ ପ୍ରିୟାପ୍ରିତି ତୋଷଣ ନୀତି ଆପଣାଉଥିବା ଅଭିଯୋଗ ହେଉଛି ।

ସବୁଠାରୁ ବଡ କଥା ଯେ ସେମାନଙ୍କ ପରିବାରରୁ ବିଭାଗ ଡ୍ରାଇଭର ନିଯୁକ୍ତି ଦେଇଥିବାର ଘଟଣା ମଧ୍ୟ ଆସିଛି ସମ୍ନାକୁ । ସେପଟେ ମାଛମାଫିଆ ମାନେ ନିଷିଦ୍ଧାଞ୍ଚଳରେ ପଶି ଲକ୍ଷଲକ୍ଷ ଟଙ୍କାର ମାଛମାରି ମାଲାମାଲ ହେଉଥିବା ବେଳେ ମାଛ ଅଭାବରୁ କମ୍ଭୀର ମାନଙ୍କ ପାଇଁ ଖାଦ୍ୟ ହେଉଛି ଅଭାବ । ଯାହା ଫଳରେ କୁମ୍ଭୀର ମାନେ ଭିତରକନିକା ଛାଡି ବାହାରକୁ ବାହାରି ଧନଜୀବନ ନଷ୍ଟ କରୁଥିବା ଦେଖାଯାଉଛି । ଅନ୍ୟପଟେ ବନ ବିଭାଗର ବଡବଡିଆ ବାବୁ ଓ ମାଛ ମାଫିଆଙ୍କ ମେଳିରେ ଭିତର କନିକା ତାର ଗାରିମା ହରାଇବାକୁ ବସିଥିବା ସ୍ଥାନୀୟ ଲୋକେ କ୍ଷୋଭର ସହ କୁହନ୍ତି । ଗୋଟିଏ ପଟେ ଭିତରକନିକାରେ ବନ୍ୟପ୍ରାଣୀ ଏବେ ବିପଦରେ ଥିବା ଦେଖାଯାଉଥିବା ବେଳେ ମାଛମାଫିଆ ମାନଙ୍କ ସହ ବନ ବିଭାଗୀୟ ବାବୁ ମାନଙ୍କ ଅସାଧୁ ମେଳି ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

କେତୋଟି ନିର୍ଦ୍ଧଷ୍ଟ ଆଗଧାଡିର ଗଣମାଧ୍ୟମକୁ ଢାଲ କରି ବିଭାଗ ନିଜେ ନିଜର ‘ଗୁହ’ରେ ବାଲି ଘୋଡାଇ ବାଃ ବାଃ ନେଉଥିବା ଭଳି ଚର୍ଚ୍ଚା ହେଉଛି । ତେବେ ବିଭାଗର ଏଭଳି କାର୍ଯ୍ୟକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତାଳଚୁଆ ଓ ରାଜନଗରର ଅଧିବାସୀ ମାନେ ବନକର୍ମଚାରୀ ଓ ମାଛମାଫିଆଙ୍କ ଚାଲିଥିବା ମେଳି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭୁବନେଶ୍ୱର ସ୍ଥିତ ବନ୍ୟପ୍ରାଣୀ ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ବନ ସଂରକ୍ଷକ ବିକାଶ କୁମାର ଦାସଙ୍କ ଠାରେ ଲିଖିତ ଦାବିପତ୍ର ଦେଇଥିବା ଦେଖାଯାଇଛି । ଦାବିପତ୍ର ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁର୍ଣ୍ଣ ପ୍ରତିଶୃତି ମିଳିଥରଲେ ସୁଦ୍ଧା ତାହା କେବଳ ପ୍ରତିଶୃତିରେ ହିଁ ରହିଯାଇଛି କହିଛନ୍ତି ଅଞ୍ଚଳବାସୀ । ଅଭିଯୋଗ ଗ୍ରହଣ କରିବାର ମାସେ ପୁରିଥିଲେ ସୁଦ୍ଧା ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଯାହାକି ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦାସଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ସେପଟେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ବିଭାଗୀୟ ବହୁ ବଡ ପଣ୍ଡାମାନଙ୍କ କାଳେ ମୁଖା ଖୋଲିଯିବ, ସେଥିପାଇଁ ଚୁପ୍ ରହିଗଲେ କି ବିଭାଗୀୟ ବଡ ବାବୁ ବୋଲି ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଘଟଣା ଅଭିଯୋଗକୁ ମାସେ ବିତିଥିବା ବେଳେ କାହିଁକି ବିଭାଗ ଚୁପ୍ ରହିଛି ତାହାକୁ ନେଇ ଉଠିଛି ପ୍ରଶ୍ନ ? ଯଦି ଏଭଳି ଭାବେ ରୋହିଙ୍ଗିଆ ବାଂଲାଦେଶୀଙ୍କ ଅବାଧ ପ୍ରବେଶ ଲାଗିରହେ ଓ ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ ଲଗାମ ନଲାଗେ ତେବେ ଭିତରକନିକା ଆଗକୁ ତାର ସ୍ଥିତି ହରାଇବ ବୋଲି ପରିବେଶବିତ୍ ମାନେ ମତ ଦିଅନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login