ଭୁବନେଶ୍ୱର : ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ । ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି । ଏଥିସହ ବିଭିନ୍ନ ବାରରେ ରାତି ଅଧ ପର୍ୟ୍ୟନ୍ତ ମଦ୍ୟପାନ ଚାଲିଥାଏ । ଏହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ ଏଭଳି କଠୋର ନୀତି ଆପଣାଇଛି। ଅବକାରୀ ପଲିସି ନମାନିଲେ ହେବ କାର୍ୟ୍ୟାନୁଷ୍ଠାନ । ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାଯ୍ୟାନୁଷ୍ଠାନ ହେବ । ଏହା ସହିତ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ଏଥିରେ ଯିଏ ବି ଜଡିତ ହେବେ କାଡା କାଯ୍ୟାନୁଷ୍ଠାନ ହେବ । ଏନେଇ ସୂଚନା ଦେଇଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
Views: 41