ନୂଆଦିଲ୍ଲୀ : ଡରାଇଲାଣି ଆଉ ଏକ ନୂଆ ଭାଇରସ । ମହିଳା ଓ ଝିଅ ମାନଙ୍କୁ ପ୍ରଭାବିତ କରୁଛି ଭାଇରସ । ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଉଗାଣ୍ଡର ବୁଣ୍ଡୁବୁଗୁ ଜିଲ୍ଲାରେ ବ୍ୟାପି ଚାଲିଛି । ଜୀବାଣୁର ନାମ ହେଉଛି ଡିଙ୍ଗା ଡିଙ୍ଗା ଭାଇରସ । ସୂଚନା ଅନୁଯାୟୀ , ବୁଣ୍ଡିବୁଗୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ଅଜବ ଜୀବାଣୁ ଦେଖାଦେଇଛି । ଏହି ରୋଗର ଅନେକପ୍ରକାର ଲକ୍ଷଣ ଦେଖାଦେଉଛି । ଜ୍ୱର,ମୁଣ୍ଡବ୍ୟଥା,ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ଅଚେତ ମଧ୍ୟ ହେଇ ଯାଉଛନ୍ତି । ପୀଡିତଙ୍କ ଠିଆହେବା ଚାଲିବା ପ୍ରାୟ ଅସମ୍ଭବ ହୋଇପଡୁଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଫ୍ରିକୀୟ ଦେଶରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଏବେ ଯାଏଁ ୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । କିନ୍ତୁ ଏଥିରେ କାହାର ମୃତ୍ୟୁ ହୋଇନାହିଁ । ସାଇଣ୍ଟିଫିକ ଟିମ୍ ପହଂଚି ଅଧିକ ଗବେଷଣା ଜାରି ରଖିଛନ୍ତି ।
Views: 42