ନୂଆଦିଲ୍ଲୀ : ସଂସଦରେ ଠେଲାପେଲାରେ ଆହତ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ । ମେଡିକାଲ ଆଇସିୟୁରେ ଚାଲିଛି ଚିକିତ୍ସା । ସିଡି ଚଢିବା ବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଆମ୍ବେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ସଂସଦରେ ହଟଗୋଳ ଭିତରେ ଏଭଳି ଖବର ସାମ୍ନାକୁ ଆସିଛି । ପ୍ରତାପ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଅନ୍ୟ ଜଣେ ସାଂସଦଙ୍କୁ ଠେଲି ଦେବାରୁ ସେ ତାଙ୍କ ଉପରେ ପଡିଯାଇଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରି ରାହୁଲ କହିଛନ୍ତି, ସଂସଦ ଭବନ ଦ୍ବାର ମୁହଁରେ ବିଜେପି ସାଂସଦମାନେ ଠିଆ ହୋଇଥିଲେ । ସେ ଭିତରକୁ ଯିବା ବେଳେ ତାଙ୍କୁ ବିଜେପି ସାଂସଦମାନେ ଧମକ ଦେବା ସହ ଠେଲିବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ଏଭଳି ସ୍ଥିତି ଉପୁଜିଲା ବୋଲି ପାଲଟା ଅଭିଯୋଗ କରିଛନ୍ତି ରାହୁଲ ।
Views: 37