ମୁମ୍ବାଇ : ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ୱୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ ବୁଡିଯାଇଛି । ନିୟନ୍ତ୍ରଣ ହରାଇ ଯାତ୍ରୀବାହୀ ବୋଟ ସହ ପିଟି ହୋଇ ବୁଡିଯାଇଥିଲା । ନୈାସେନାର ଏକ ସ୍ପିଡ ବୋଟ ଇଞ୍ଜିନ ପରୀକ୍ଷଣ ବେଳେ ଏପରି ଦୁର୍ଘଟଣା ଘଟିଛି । ତେବେ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ଡଙ୍ଗାରେ ଯାଉଥିବା ଯାତ୍ରୀ ମାନେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ଲାଇଫ ଜ୍ୟାକେଟ ଯୋଗାଇ ଦିଆଯାଇ ନଥିଲା । ଯାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏବେ ନୈାସେନାର ବୋଟ ଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ନୈାସେନାର କର୍ମଚାରୀଙ୍କ ସହ ୧୩ ଜଣଙ୍କର ଜୀବନ ଯାଇଛି । ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଛି । ତେବେ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ୧୫ ମିନିଟ ବେଳେ ନିଳକମଳ ନାମକ ବୋଟରେ ଯାତ୍ରୀ ମାନେ ଏଲିଫାଣ୍ଟା ଦ୍ୱୀପକୁ ଯାତ୍ରା ଆରମ୍ଭ କରିଥିଲେ । ଦ୍ୱୀପ ଠାରୁ ଅନତି ଦୂରରେ କରଞ୍ଜା ନିକଟରେ ବୋଟଟିକୁ ନୈାସେନାର ଏକ ସ୍ପିଡ ବୋଟ ଧକ୍କା ଦେଇଥିଲା । ସ୍ପିଡ ବୋଟରେ ୪ ଜଣ ନୈାସେନା କର୍ମଚାରୀ ଥିଲେ ।
ବୋଟ ବୁଡିବା ଘଟଣା ; ଯାତ୍ରୀଙ୍କ ପାଖରେ ନଥିଲା ଲାଇଫ ଜ୍ୟାକେଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











