The Ultimate Managed Hosting Platform
ADVERTISEMENT

ନିଖୋଜ ବାଳକକୁ ବଳି ସନ୍ଦେହରେ ଭଙ୍ଗାରୁଜା ଓ ପୋଡାଜଳା

Facebook
Twitter
LinkedIn

ଆନନ୍ଦପୁର : ୭ବର୍ଷର ବାଳକ ନିଖୋଜ । ବଳି ସନ୍ଦେହରେ ଭଙ୍ଗାରୁଜା ଓ ପୋଡାଜଳା । ଆନନ୍ଦପୁର ଉପଖଣ୍ଡ ସୋସ ଥାନ ବାଦ୍ୟଧରପୁର ନିକଟ ଖଣି ବଜାର ସାହିର ଜଣେ ୭ବର୍ଷର ନିଖୋଜ ବାଳକକୁ ବଳି ଦିଆଯାଇଥିବା ସଂନ୍ଦେହରେ ବ୍ୟାପକ ଭଙ୍ଗାରୁଜା ସହ ଠିକାସଂସ୍ଥାର ମେସିନ୍ ରେ ନିଆଁ ଲଗାଇଦେଇଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ଗତ ବୁଧବାର ଠାରୁ ନିଖୋଜ ରହିଛି ଗାଁର ସ୍ୱର୍ଗତ ବିଜୟ ପୁର୍ତିଙ୍କ ୭ବର୍ଷ ର ପୁଅ ଦିବାକର । ବହୁ ଖୋଜାଖୋଜି କଲେ ମଧ୍ୟ ଏପର‌୍ୟ୍ୟନ୍ତ ତାର କୌଣସି ସନ୍ଧାନ ମିଳିପାରି ନାହିଁ । ହେଲେ ଗତକାଲି ସନ୍ଧ୍ୟାରେ ସ୍ଥାନିୟ ଏକ ଇଂରାଜୀ ମାଧ୍ୟମ ସ୍କୁଲ୍ ରୁ ସଂପୃକ୍ତ ବାଳକର ପିନ୍ଧା ସାର୍ଟ ମିଳିଥିଲା । ହେଲେ ପିଲାର କୈାଣସି ସନ୍ଧାନ ମିଳନି । ସେହି ସ୍ଥାନରେ ମଧ୍ୟ ଏକ ଘରୋଇ କମ୍ପାନି କେନାଲ କାମ କରୁଥିବାରୁ ବାଳକଟିକୁ ଠିକା ସଂସ୍ଥା ଦ୍ବାରା ବଳି ଦିଆଯାଇଥିବା ସଂଦେହରେ ଗତ ରାତି ଶତାଧିକ ଗ୍ରାମବାସୀ ସଂପୃକ୍ତ ସ୍କୁଲ ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଠିକା ସଂସ୍ଥାର ଏକ ମେସିନ୍ ରେ ନିଆଁ ଲଗାଇଥିଲେ । ପରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣ କୁଆସିଥିଲେ ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ରହିଛି । ନିରୋଜ ସମ୍ପର୍କରେ ଅଭିଯୋଗ ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ସଂନ୍ଧାନ ଆରମ୍ଭ କରିଛି । ହେଲେ ବଳି ସଂଦେହକୁ ଗ୍ରହଣ କରିନାହାଁନ୍ତି ସୋସ ଥାନା ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login