ୱାସିଂଟନ୍ : ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୩ ମୃତ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ଆମେରିକାର ୱିସ କନସିନ ରାଜଧାନୀ ମାଡିସନ ସହରର ଏକ ଖ୍ରୀଷ୍ଟିଆନ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି । ଏହି ଗୁଳିକାଣ୍ଡରେ ୩ ଜଣଙ୍କର ଜୀବନ ଯାଇଛି । ଗୁଳିମାଡ କରିଥିବା ଅଭିଯୁକ୍ତ ଜଣକ ଏକ ଘରୋଇ ସ୍କୁଲର ୧୫ ବର୍ଷୀୟ ଛାତ୍ର । ଗୁଳିମାଡ କରିଥିବା ଛାତ୍ର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛି । ଗୁଳିମାଡ କ୍ଲାସରୁମ ଭିତରେ ହୋଇଥିଲା । ମାଡିସନ ପୋଲିସ ଅଭିଯୁକ୍ତ ପରିବାର ସହ କଥା ହୋଇ ତଦନ୍ତ ଚଳାଇଛି । ତେବେ ଗୁଳିମାଡର କାରଣ ଜଣାପଡିନାହିଁ । ଆବଣ୍ଡାଣ୍ଟ ଲାଇଫ ଖ୍ରୀଷ୍ଟିଆନ ସ୍କୁଲ ନାମକ ଏହି ସ୍କୁଲରେ କେଜିରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୪୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।
Views: 30