ନୂଆଦିଲ୍ଲୀ : ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍ । ବିଲ୍ ଆଗତ କରିବେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ । ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ସାଂସଦଙ୍କୁ ବିଜେପିର ହ୍ୱିପ୍ । ସେପଟେ ସରକାରଙ୍କ ଏହି ବିଲକୁ ଏନଡିଏ ସମର୍ଥନ କରିଥିବା ବେଳେ ଏହାକୁ ବିରୋଧ କରିବାକୁ ବିରୋଧିମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । କିଛି ଦିନ ତଳେ ୱାନ୍ ନେସନ, ୱାନ୍ ଇଲେକ୍ସନ ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ସାମିଲ କରିଥିଲା । ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ମିଳିଛି। ତେବେ ଏକକ ନିର୍ବାତନ ଢାଞ୍ଝା କାର୍ୟ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। କେନ୍ଦ୍ର ସରକାରଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ଆଜି ଲୋକସଭାରେ ଏକକ ନିର୍ବାଚନ ବିଲ୍

Facebook
Twitter
LinkedIn
Facebook
Twitter
LinkedIn
Recent News
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...