The Ultimate Managed Hosting Platform
ADVERTISEMENT

ବନବିଭାଗ ଟିମକୁ ଗୁଳିମାଡ !

Facebook
Twitter
LinkedIn

ରାୟଗଡା ; ବନବିଭାଗ ଟିମ୍ ଉପରକୁ ଦୁର୍ବୁତ୍ତଙ୍କ ଗୁଳିମାଡ ସୂଚନା । ମୁନିଗୁଡା ବନାଞ୍ଚଳ ଜାରପା ଅଞ୍ଚଳରେ ଚଢାଉ ବେଳେ ଗୁଳିମାଡ । ଦୁର୍ବୁତ୍ତ ୪ ରାଉଣ୍ଡ ଗୁଳି କରିଥିବା ସୂଚନା , ଗାଡିରେ ବାଜି କାଚ ଭାଙ୍ଗିଛି । କୈାଣସି ବନ କର୍ମଚାରୀ ଆହତ ହୋଇ ନ ଥିବା ସୂଚନା । ହାତୀ ଦାନ୍ତ ଚୋରା ଚାଲାଣ ଖବପାଇ ଚଢାଉ କରିଥିଲା ବନବିଭାଗ । ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି, ଅଧିକ ତଦନ୍ତ ପାଇଁ ବନ ବିଭାଗ ଯାଇଥିଲା ।
ସୂଚନା ଅନୁଯାୟୀ, ହାତୀ ଦାନ୍ତ ବେପାର ବେଳେ ହାତୀ ଦାନ୍ତ ମାଫିଆଙ୍କୁ ବନ ବିଭାଗ କାବୁ କରିଛି ମୁନିଗୁଡା ବନ ବିଭାଗ । ବନ ବିଭାଗ ଟିମ୍ ଗାଁରେ ପହଁଚିବା ବେଳେ ପୁଷ୍ପା ଷ୍ଟାଇଲରେ ଅଧିକାରୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନା ହୋଇଥିଲା । କିନ୍ତୁ ଚତୁରତାର ସହ ଜୀବନ ବଞ୍ଚାଇ ଖସି ଆସିଥିଲେ । ମାଫିଆ ହାତୀ ଦାନ୍ତ ବେପାର ପାଇଁ ଛତିଶଗଡ ରାଜ୍ୟର ବେପାରୀ ସହିତ ଯୋଗାଯୋଗ କରିଥିବା ବେଳେ ଛତିଶଗଡ ରାଜ୍ୟର ବନ ବିଭାଗ ଟିମ୍ ମାଫିଆଙ୍କ ପିଛା କରିବା ସହ ରାୟଗଡା ଜିଲ୍ଲା ବନବିଭାଗକୁ ଖବର ଦେଇଥିଲା । ଘଟଣାସ୍ଥଳରେ ବନ ବଭାଗ ପହଁଚି ୫ ଜଣଙ୍କୁ କାବୁ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login