ଭୁବନେଶ୍ୱର : ଶୀତଳଭଣ୍ଡାର ବନ୍ଦକୁ ନେଇ ଗୃହରେ ବିଜେଡି ବିଧାୟକଙ୍କ ଉଦବେଗ । ବିଜୁଳି ଦର ବୃଦ୍ଧି ଯୋଗୁଁ ବନ୍ଦ ନେଇ ଗଣେଶ୍ୱର ବେହେରାଙ୍କ ଉଦବେଗ । ବିଦ୍ୟୁତ ଦର ପାଇଁ ବନ୍ଦ ହୋଇନି କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।ପୁର୍ବ ବିଜେଡି ସରକାର ଶୀତଭଣ୍ଡାରଗୁଡିକର ପରିଚାଳନା ଦାୟିତ୍ବ ଅର୍ଥତତ୍ତ୍ବ ଚିଟପଣ୍ଡ ଗ୍ରୁପର ହାତରେ ଦେଇଥିଲେ। ସେମାନେ ଏସବୁକୁ ବନ୍ଧକ ରଖିଥିବାରୁ ଏସବୁ ବନ୍ଦ ହୋଇଗଲା । ତେବେ ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ । ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।
Views: 37