ଭୁବନେଶ୍ୱର : ରାଜଧାନୀରେ ବଢୁଛି ବସ୍ତିବାସୀନ୍ଦାଙ୍କ ଘର । ଭୁବନେଶ୍ୱର ମହାନଗର ନିଗମରେ ୮୦ ହଜାର ୫୨୦ ପରିବାର ରହୁଛନ୍ତି ।ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଧୀନ ବସ୍ତିରେ ୧୫ ହଜାର ୫୬୪ ପରିବାର । କଟକ ମହାନଗର ନିଗମ ଅଧୀନ ବସ୍ତିରେ ୨୩ ହଜାର ୨୯୬ ପରିବାର ଓ ରାଉରକେଲା ମହାନଗର ନିଗମ ଅଧୀନ ବସ୍ତିରେ ୩୮ ହଜାର ୯୭୦ ପରିବାର। ସେହିପରି ସମ୍ବଲପୁର ମହାନଗର ନିଗମ ଅଧୀନ ବସ୍ତିରେ ରହୁଛନ୍ତି ୩୬ ହଜାର ୭୪୫ ପରିବାର । ସମୁଦାୟ ପାଞ୍ଚ ମହାନଗର ନିଗମରେ ରହୁଛନ୍ତି ୧୯୮୦୯୫ ବସ୍ତି ପରିବାର । ଯେଉଁଥିରେ ଭୁବନେଶ୍ୱରରେ ସର୍ବାଧିକ ବସ୍ତି ବସ୍ତି ବାସିନ୍ଦା ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର।
Views: 76











