ମାଲକାନଗିରି : ମାଓବାଦୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ସୁକମା ଜିଲ୍ଲା ଚିନ୍ତୁର ଥାନା ଅନ୍ତର୍ଗତ ସାରିବେଲା ଗାଉଁରେ କାର ଜାଳିଦେଲେ ମାଓବାଦୀ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଅପରେସନକୁ ଜୋରଦାର କରିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏକ କାର୍କୁ ନିଆଁ ଲଗାଇଥିଲେ । ଯାହାଫଳରେ କାର୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ଟପ କ୍ୟାଡ଼ର ମାଓବାଦୀ ନିହତ ହେଲେଣି । ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ହୋଇଛନ୍ତି ମାଓବାଦୀ । ସେପଟେ ଏହି ହିଂସା ସଂପର୍କରେ ଖବର ପାଇ ଚିନ୍ତୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 55











