The Ultimate Managed Hosting Platform
ADVERTISEMENT

ମିଶନ ଶକ୍ତି ମହିଳାଙ୍କୁ ମିଳିନି ଦରମା , ଲୋୟର ପିଏମଜିରେ କମ୍ପୁଛି ନାରାବାଜି । ଉପମୁଖ୍ୟମନ୍ତ୍ରୀ କହିଲେ କାହା କଥାରେ ପଡି ରାସ୍ତାରେ ଗଡନ୍ତୁନି

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କ ଗର୍ଜନ । ଦ୍ୱିତୀୟ ଦିନଧରି ଲୋୟର ପିଏମଜିରେ ଆନେ୍ଦାଳନ କରୁଛନ୍ତି ଜିପିଏଲଏଫ ସଂଘ । ସରକାରଙ୍କ ସହ ଅଲ ଓଡିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ହେବା ପରେ ଆନେ୍ଦାଳନ ଜାରି ରଖିଛି ସଂଘ । ଧାରଣା ସ୍ଥଳରେ ବିଜେଡି ସହ ଯୋଡି ହୋଇଛି କଂଗ୍ରେସ । ଏମିତି ସ୍ଥିତିରେ ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗରେ ଗତକାଲି ବିଧାନସଭାରେ ଚର୍ଚ୍ଚା ହୋଇଛି । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ପାଇଁ ଯାହା ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସୂଚନା ଅନୁସାରେ ଗତକାଲିଠୁ ଲୋୟର ପିଏମଜିରେ ୯ ମାସର ବକେୟା ଦରମା ସମେତ ୧୦ ଦଫା ଦାବିରେ ମିଶନ ଶକ୍ତି ୬ଟି କ୍ୟାଡରରେ କାମ କରୁଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନରେ MBK, ବ୍ୟାଙ୍କ୍ ମିତ୍ର,LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ଅଛନ୍ତି । ସଂଘ କହିଛି ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାର ଦାବି ଶୁଣୁନାହାନ୍ତି । ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ମିଶନ ଶକ୍ତିର ୬୦ ହଜାର କର୍ମୀ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login