The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା !

Facebook
Twitter
LinkedIn

ଯାଜପୁର : ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଟ୍ରକ ଧଖ୍କାରେ ଜଣେ ଡ୍ରାଇଭରଙ୍କ ଚାଲିଗଲା ଜୀବନ । ଯାଜପୁର ଏଲଏନ ୧୬ ପାଣିକୋଇଲି ଥାନା ସାହାପୁର ବ୍ରିଜ ଉପରେ ଦୁର୍ଘଟଣା । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଜାତୀୟ ରାଜପଥର ସାହାପୁର ନିକଟ ଖରସ୍ରୋତା ନଦୀ ବ୍ରିଜ ମରାମତି ନିମନ୍ତେ ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରଖାଯାଇ ଅନ୍ୟ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରାଯାଉଥିଲା । ତେବେ ଆଜି ସକାଳୁ ଖରସ୍ରୋତା ନଦୀ ବ୍ରିଜ ଉପରେ ଏକ ଫଳ ବୋଝେଇ ଟ୍ରକ ସହ ଏକ ଟାଗଲ୍ ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲ । ଫଳରେ ଜଣେ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଚାଳକ ଚାପିହୋଇ ରହିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login