ପୁରୀ : ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରିବନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ଏନେଇ ଛତିଶା ନିଯୋଗ ବୈଠକରେ ଧାର୍ୟ୍ୟ ହେବ ତାରିଖ । ୧୬ ତାରିଖ ଠାରୁ ଆରମ୍ଭ ହେବାକୁଥିବା ଶ୍ରୀଜୀଉଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ଉପରେ ବୈଠକରେ ଆଲୋଚନା ହେବ ।ରତ୍ନଭଣ୍ଡାର ମରାମତି ନେଇ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବା ସହ କେତେ ସମୟ ଏଏସଆଇ ରତ୍ନଭଣ୍ଡାର ମରାମତି କରିବ ସେନେଇ ବୈଠକରେ ନିଷ୍ପତ୍ତି ନିଆଯିବ। ଏହା ସହ ଆସନ୍ତାବର୍ଷ ଜାନୁୟାରୀ ୧୩ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁଥିବା ଦେବାଭିଷେକ ପୂର୍ଣ୍ଣିମା ନୀତିନିର୍ଘଣ୍ଟ ଉପରେ ମଧ୍ୟ ଆଲୋଚନା ହେବ ।
Views: 67











