ନୂଆଦିଲ୍ଲୀ : କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଦେହାନ୍ତ । ୯୨ ବର୍ଷ ବୟସରେ ନିଜ ବାସ ଭବନରେ ଏସଏମ କ୍ରିଷ୍ଣାଙ୍କ ଦେହାନ୍ତ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସଏମ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ । ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ୨୦୨୩ରେ ପଦ୍ମ ବିଭୂଷଣ ସମ୍ମାନିତ ହୋଇଥିଲେ ଏସଏମ କ୍ରିଷ୍ଣା । ୧୯୯୯ରୁ ୨୦୦୪ ପର୍ୟ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ କୃଷ୍ଣା । ତାଙ୍କ ସମୟରେ ବେଙ୍ଗାଲୁରୁ ଦେଶର ଆଇଟି ହବ୍ ପାଲଟିଥିଲା । ବେଙ୍ଗାଲୁରୁ ଭାରତର ‘ସିଲିକନ ଭ୍ୟାଲି’ ଉପାଧି ପାଇବାରେ କୃଷ୍ଣାଙ୍କ ଅବଦାନ ରହିଥିଲା । ୨୦୦୯ ରୁ ୨୦୧୨ ପର୍ୟ୍ୟନ୍ତ ସେ ଦେଶର ବୈଦେଶିକ ମନ୍ତ୍ରୀ ରହିଥିଲେ । ଏହା ସହ ୨୦୦୪ରୁ ୨୦୦୮ ପର୍ୟ୍ୟନ୍ତ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ ।
Views: 64











