ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରଣଣ ଯୋଶୀଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ସମ୍ବଲପୁରରେ ତାଙ୍କର ଏକ ତିନି ମହଲା କୋଠା ସମେତ ୩ଟି ବିଲଡିଂ ରହିଛି । ଭୁବନେଶ୍ବର ଘାଟିକିଆରେ ଏକ ଫ୍ଲାଟ ରହିଛି । ଅଇଁଠାପାଲିରେ ୯ହଜାର ୭ଶହ ବର୍ଗଫୁଟରେ ଥିବା ତିନି ମହଲା କୋଠାର ଦାମ କୋଟିଏ ୮୦ ଲକ୍ଷ ଟଙ୍କା ହେବ । ସେହିପରି ମଲ୍ଲିପାଲିରେ ଏକ ବ୍ୟାବସାୟିକ କୋଠା ମଧ୍ୟ ଠାବହୋଇଥିଲା । ତାଙ୍କର ମୋଟ ୭ଟି ପ୍ଲଟ ଥିବା ଭିଜିଲାନ୍ସ ଚଢ଼ାଉରୁ ଜଣାଯାଇଛି । ସମ୍ବଲପୁର ଓ ବରଗଡରେ ଏସିଏଫ ରେବତୀ ରମଣ ଯୋଶୀଙ୍କର ୯ଟି ଠିକଣାରେ ଏକକାଳୀନ ରେଡ କରାଯାଇଥିଲା । ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୭୧ ହଜାର ଟଙ୍କା , ୧୫୦ ଗ୍ରାମ ସୁନା ଓ ୩ଶହ ଗ୍ରାମ ରୁପା ଅଳଙ୍କାର । ତାଙ୍କର ବୀମା ଓ ଇନସ୍ୟୁରାନସରେ ୩୧ ଲକ୍ଷ ୩୧ ହଜାର ଟଙ୍କା ଜମା ରହିଛି । ଚଢ଼ାଉ ବେଳେ ଏସିଏଫ ରେବତୀ ଯୋଶୀଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନସ ଅଧିକାରୀ ତାଜୁବ ହୋଇଛନ୍ତି । ତେବେ ଏତେ ସଂପତ୍ତି ସେ କିପରି କମାଇଲେ ତାର ସଠିକ ଉତ୍ତର ଦେଇପାରିନାହାନ୍ତି ।
ଗିରଫ ହେଲେ କୋଟିପତି ଏସିଏଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











