କଟକ : ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ୟ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ୟ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା । www.bseodisha.ac.in ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ। ଜାନୁଆରୀ ୮ରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ପରୀକ୍ଷାର୍ଥୀ । ସୂଚନା ଅନୁସାରେ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧ ଯାଏ ଥିଲା ।
Views: 32