ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ ଘୋଷଣା । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ଖାଇବା କିମ୍ବା ପରିବେଷଣ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁମାନେ ଏପରି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଫ୍ ଖାଇବା ଉପରେ ପ୍ରଚଳିତ ଆଇନରେ ସଂଶୋଧନ କରି ନୂଆ ବ୍ୟବସ୍ଥା କୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରେଷ୍ଟୁରାଣ୍ଟ, ହୋଟେଲ ଓ ସର୍ବସାଧାରଣ ସ୍ଥାନରେ ଗୋମାଂସ ପରିବେଷଣ ଓ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ତିନି ବର୍ଷ ତଳେ ଆମ ସରକାର ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆଇନ ପ୍ରଣୟନ କରିଥିଲେ। ଏବେ ସମଗ୍ର ରାଜ୍ୟରେ ଗୋମାଂସ ନିଷେଧାଦେଶ ଲାଗୁ କରାଯାଇଛି। ଏହି ନିର୍ଦ୍ଦେଶ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସାର୍ବଜନୀନ କାର୍ୟ୍ୟକ୍ରମରେ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Views: 38