ଭୁବନେଶ୍ୱର : ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଗୃହରେ ମୁଲତବୀ ପ୍ରସ୍ତାବ ଆଣିଛି କଂଗ୍ରେସ । ଏ ନେଇ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଉତ୍ତରରେ ସେ କହିଛନ୍ତି ଦଳ ନେତା , ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଉପରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି । ଏଥିସହ ୧ ଲକ୍ଷ ୬୩ ହାଜର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ୧୨ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ତା ସହିତ ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର କରିବା ପାଇଁ ନିଷ୍ପତି ନିଆଯାଇଛି , ରାଜ୍ୟର ସବୁ ଜିଲ୍ଲାପାଳ ମାନଙ୍କୁ ବ୍ୟବସାୟୀମାନଙ୍କ ସହ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମାନଙ୍କରେ ଗଚ୍ଛିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗହମ, ଡାଲି, ଆଳୁ, ପିଆଜ ଆଦିର ତଥ୍ୟ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଆଭ୍ୟନ୍ତରୀଣ ଉତ୍ପାଦନ ବ୍ୟତୀତ ଆନ୍ଧ୍ର, ୟୁପି, ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ଆଳୁ, ଡାଲି, ପିଆଜ, ଖାଇବା ତେଲ ଆଦି ଆମଦାନୀ କରୁଛି । ତେବେ ଦରଦାମ ବୃଦ୍ଧି ଏବେ ସାଧାରଣ ଲୋକଙ୍କୁ ଅସହ୍ୟ କଲାଣି । ଆଳୁକିଲୋ ପିଛା ୪୦-୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ, ବାଇଗଣ, ପୋଟଳ, କୋବି , ବିଲାତି ଦର ଏବେ ଆକାଶ ଛୁଆଁ ହେଲାଣି ।
ବିଧାନସଭାରେ ଉଠିଲା ଦରବୃଦ୍ଧି ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...