The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

Facebook
Twitter
LinkedIn

ଜୟପୁର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ରେଡ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଜୟପୁର ପୌରପାଳିକାର ଯନ୍ତ୍ରୀ ଦାୟିତ୍ବରେ ବି ଅଛନ୍ତି ବିଶ୍ବନାଥ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ଚଢ଼ାଉ ।
ବିଶ୍ବନାଥଙ୍କ ଜୟପୁରରେ ରହିଛି ତିନି ମହଲା ଘର । ଗଞ୍ଜାମ ବେଲଗୁଣ୍ଠାରେ ରହିଛି ଦୁଇ ମହଲା ଘର । ଜୟପୁର ବ୍ଲକ ଅଫିସ , ଜୟପୁର ମ୍ୟୁନିସପାଲିଟ କାର୍ୟ୍ୟାଳୟ,ଜୟପୁର ଡିଆଇଇଟିରେ ଚାକିରୀ କରିଥିବା ପତ୍ନୀଙ୍କ କାର୍ୟ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । ଭୁବନେଶ୍ୱର ପଟିଆ ନୀଳାଦ୍ରିବିହାରର ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login