The Ultimate Managed Hosting Platform
ADVERTISEMENT

ଇଡିର ବଡ ଖୁଲାସା : ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଟାର୍ଗେଟ୍ ଲିଷ୍ଟରେ ଥିଲେ ସାରା, ଜାହ୍ନବୀ, ଭୂମି…

Facebook
Twitter
LinkedIn

ମୁମ୍ବାଇ :ପୁଣି ଆସିଲା ବଡ ଖୁଲାସା। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜେଲ୍‌ରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ପୁଣି ଥରେ ହୋଇଛି ବଡ ଖୁଲାସା। ସୁକେଶଙ୍କ ଟାର୍ଗେଟ୍‌ରେ କେବଳ ଜ୍ୟାକ୍‌ଲିନ୍‌, ନୋରା ନୁହନ୍ତି ବରଂ ବଲିଉଡର ଆଗଧାଡିର ଅନେକ ନାୟିକା ଅଛନ୍ତି। ଏହି ଅଭିନେତ୍ରୀଙ୍କ ମଧ୍ୟରେ ସାରା ଅଲ୍ଲି ଖାନ୍ ଓ ଜାହ୍ନବୀ କପୁରଙ୍କ ନାଁ ମଧ୍ୟ ସାମିଲ ଥିବା ନେଇ ବଡ ଖୁଲାସା ହୋଇଛି। ଇଡି ତଦନ୍ତରୁ ସାମ୍ନାକୁ ଆସିଥିବା ତଥ୍ୟରୁ ଜଣାପଡିଛି କି, ସୁକେଶ ଚନ୍ଦ୍ର ଶେଖର ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ, ନୋରା ଫତେହିଙ୍କ ସମେତ ଅନ୍ୟ ତିନୋଟି ଅଭିନେତ୍ରୀକୁ ମଧ୍ୟ ନିଜ ଟାର୍ଗେଟରେ ରଖିଥିଲା। ଏଥିରେ ସାରା ଅଲ୍ଲି ଖାନ୍‌, ଜାହ୍ନବୀ କପୁର ଓ ଭୂମି ପେଡନେକରଙ୍କ ନାଁ ସାମିଲ ଥିଲା।ଇଡି ପଚରାଉଚରା ବେଳେ ସୁକେଶ ସାରା, ଜାହ୍ନବୀ ଏବଂ ଭୂମିଙ୍କ ନାଁ ନେଇଛି।

ଇଡିର ସୂଚନା ଅନୁଯାୟୀ ମେ’ ୨୦୨୧ରେ ସାରା ଅଲ୍ଲି ଖାନ୍‌ଙ୍କୁ ସୁକେଶ ଟାର୍ଗେଟ୍ କରିଥିଲା। ମେ’ ୨୧ ତାରିଖ ଦିନ ଅଭିନେତ୍ରୀ ସାରାଙ୍କୁ ହ୍ୱାଟସ୍‌ଆପ୍ ମେସେଜ ପଠାଇଥିଲା ସୁକେଶ। ଏହି ମେସେଜରେ ସୁକେଶ ନିଜକୁ ସୁରଜ ରେଡ୍ଡି ଭାବେ ପରିଚୟ ଦେଇଥିଲା। ଏହି ମେସେଜ ଜରିଆରେ ସୁକେଶ ପାରିବାରିକ ରୂପେ ଏକ କାର୍ ଉପହାର ସ୍ୱରୂପ ଦେବାକୁ ଚାହୁଁଥିବା ସାରାଙ୍କୁ କହିଥିଲା। ଏଥିସହ ସୁକେଶଙ୍କ ସିଇଓ ମିସେସ୍ ଇରାନୀ ତଥା ବହୁଥର ସାରାଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ସଫଳ ହୋଇ ପାରିନଥିଲା ।

ସୁକେଶ ଲଗାତର ସାରା ଅଲ୍ଲି ଖାନଙ୍କୁ ମେଜେସ କରିଥିଲା। ତାଙ୍କୁ ଦାମୀ ଗିଫ୍ଟ ମଧ୍ୟ ଅଫର କରିଥିଲା। ସାରା ଅଲ୍ଲି ଖାନ୍‌ଙ୍କୁ ଏବେ ଇଡି ଏହି ସବୁ ଗିଫ୍ଟକୁ ନେଇ ପଚରାଉଚରା କରିଛି। ସାରା ୧୪ ଜାନୁଆରୀ ୨୦୨୨ରେ ଇଡିକୁ ଏକ ଚିଠି ଲେଖି ପଠାଇଥିଲେ। ଏଥିରେ ସେ ସୁକେଶ ଠାରୁ କୌଣସି ବି ଗିଫ୍ଟ ନେବାକୁ ମନା କରିଥିବା ଉଲ୍ଲେଖ କରିଥିଲେ। ସୁକେଶ ଠାରୁ କେବଳ ଏକ ଚକୋଲେଟ୍ ବାକ୍ସ ପଠାଇବା ପାଇଁ କହିଥିଲେ। ଏହାପରେ ସୁକେଶ ଚକୋଲେଟ୍ ବାକ୍ସ ସହ ଫ୍ରାଙ୍କ ମଲର୍ କମ୍ପାନୀର ଏକ ଦାମୀ ଘଣ୍ଟା ମଧ୍ୟ ଦେଇଥିବା ନେଇ ସାରା ନିଜ ଚିଠିରେ ଉଲ୍ଲେଖ କରିଥିଲେ।

ସେହିପରି ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ମଧ୍ୟ ସୁକେଶ ନିଜ ପତ୍ନୀ ଲିନା ମାରିଆ ଜରିଆରେ ଟାର୍ଗେଟ କରିଥିଲା। ଜାହ୍ନବୀକୁ ସୁକେଶଙ୍କ ପତ୍ନୀ ୧୮ ଲକ୍ଷ ଟଙ୍କା ଦେଇଥିବା ଇଡି କହିଛି। ଗତବର୍ଷ ଜୁଲାଇ ୧୯ରେ ଲିନା ମାରିଆ ବେଙ୍ଗାଲୁରୁ ସ୍ଥିତ ଏକ ସେଲୁନର ଇନାଗୁରେଟ୍ କରିବା ପାଇଁ ଜାହ୍ନବୀଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଜାହ୍ନବୀଙ୍କୁ ୧୮.୯୪ ଲକ୍ଷ ଟଙ୍କା ଫି ଦେଇଥିଲେ ସୁକେଶଙ୍କ ପତ୍ନୀ। ଏନେଇ ଇଡି ଆଗରେ ଜାହ୍ନବୀ ଖୁଲାସା କରିଛନ୍ତି। ସେ କହିଛନ୍ତି ଏହି ଟଙ୍କା ବ୍ୟତୀତୀ ଲିନାଙ୍କ ମା’ ତାଙ୍କୁ ଇଭେଣ୍ଟ ବେଳେ ଏକ କ୍ରିଶ୍ଚିଅନ୍ ଡିୟାରର ଟୋଟ ବ୍ୟାଗ୍ ମଧ୍ୟ ଗିଫ୍ଟ କରିଥିଲେ।

ସେହିପରି ଠକ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଭୂମି ପେଡନେକରଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ପିଙ୍କି ଇରାନୀ ଭୂମିଙ୍କୁ ଆପ୍ରୋଚ କରିଥିଲେ। ପିଙ୍କି ନିଜ ପରିଚୟ ଜଣେ ଏଚ୍‌ଆର୍ ରୂପେ ଭୂମିଙ୍କୁ ଦେଇଥିଲେ। ଜାନୁଆରୀ ୨୦୨୧ରେ ପିଙ୍କି ଭୂମିକୁ କହିଥିଲେ ତାଙ୍କ କମ୍ପାନୀର ଗ୍ରୁପ ଚେଆରମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ତାଙ୍କର ଜଣେ ବଡ ଫ୍ୟାନ୍‌। ସେ ତାଙ୍କ ସହ ଏକ ବଡ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଚାହୁଁଛନ୍ତି। ଏଥିସହ ସୁକେଶ ତାଙ୍କୁ ମେସେଜ୍ କରି ଏକ କାର୍ ଗିଫ୍ଟ କରିବାକୁ ନେଇ ଇଡି ଆଗରେ ଭୂମି ଖୁଲାସା କରିଛନ୍ତି। କିନ୍ତୁ ସେ ସୁକେଶ ଠାରୁ କୌଣସି ଗିଫ୍ଟ ନେଇନଥିବା କହିଛନ୍ତି।
ଇଡି ତଦନ୍ତରୁ ଜଣାପଡିଛି ଯେ, ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ମାଧ୍ୟମରେ ଭୂମି ପେଡନେକର, ସାରା ଅଲ୍ଲି ଖାନ୍ ଓ ଜାହ୍ନବୀ କପୁରଙ୍କ ଭଳି ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ଗିଫ୍ଟ ଦେଇ ଫସାଇବା ପାଇଁ ଚେଷ୍ଟା କରିଥିଲା। ସୁକେଶ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ଉପରେ ୨୦୧୫ ଠାରୁ ବର୍ତ୍ତମାନ ଯାଏଁ ମୋଟ ୨୦ କୋଟି ଟଙ୍କା ଖର୍ଚ୍ଚ କରିସାରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login