ଭୁବନେଶ୍ବର: ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ । ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ୍ । ସେଠାରେ ସାତ ଜଣ ସାଂସଦ ମଧ୍ୟ ଏହି ଟିମ ସହ ସାମିଲ ହେବେ। କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି । ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି। ବିଜେଡି ଟିମ୍ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖି ଫେରିଛି । ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମୁଖ୍ୟ ନରସିଂହ ମୂର୍ତ୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହୋଇଥିଲା । କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଇନଥିଲେ ।
ପୋଲାଭରମ ପ୍ରସଙ୍ଗରେ ଆସନ୍ତାକାଲି ଦିଲ୍ଲୀ ଯିବ ବିଜେଡି ଟିମ୍

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...