The Ultimate Managed Hosting Platform
ADVERTISEMENT

ଆଜି ଚାଲିଛି ରାଜ୍ୟରେ ଷେଶ ପର୍ଯ୍ୟାୟ ମତଦାନ

Facebook
Twitter
LinkedIn

ଭୁବନେଶ୍ୱର: ଆଜି ଚାଲିଛି ରାଜ୍ୟର ଶେଷ ପର୍ଯ୍ୟାୟ ମତଦାନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆଜି ଶେଷ ପର୍ଯ୍ୟାରେ ପହଞ୍ଚିଛି । ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ୫ଟି ପର୍ଯ୍ୟାୟ ମଧ୍ୟରୁ ଚାରିଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ, ଆଜି ପଞ୍ଚମ ପର୍ଯ୍ୟାୟ ମତଦାନ କରାଯାଉଛି । ତେବେ ମତଦାନ ସକାଳ ୭ ରୁ ଆରମ୍ଭ କରାଯାଇଛି । ୨୫ ଜିଲ୍ଲାର ୪୮ ବ୍ଲକରେ ଆରମ୍ଭ ହୋଇଛି ଭୋଟିଂ । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛୁଛନ୍ତି ଜନତା । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ଭୋଟର । ସେହିପରି ମହିଳା ମାନଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥ୍ ସମ୍ବେଦନଶୀଳ ରହିଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପଞ୍ଚମ ପର‌୍ୟ୍ୟାୟ ନିର୍ବାଚନରେ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ତେବେ ନିଦ୍ଧାରିତ ସମୟ ଅନୁଯାୟୀ ଆସନ୍ତା ୨୬, ୨୭ ଓ ୨୮ ତାରିଖ ୩ ଟି ପର୍ଯ୍ୟାୟରେ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login