ଢେଙ୍କାନାଳ : ସ୍କୁଲ ବସକୁ ଧକ୍କା ଦେଲା ଟ୍ରଲର । ଦୁର୍ଘଟଣାରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଢେଙ୍କାନାଳର ଏକ ଘରୋଇ ସ୍କୁଲ ବସ ସକାଳୁ ପିଲାଙ୍କୁ ନେଇ ଯାଉଥିବା ବେଳେ ୫୫ ନଂ ଜାତୀୟ ରାଜପଥ କୋରିଆଁ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରଲରକୁ ଜବତ କରାଯାଇଛି । ଆହତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସାଳୟରେ ସ୍କୁଲ ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀ ପହଞ୍ଚି ପିଲାଙ୍କୁ ଚିକିତ୍ସା କରାଇବା ସହ ଘରକୁ ପଠାଇ ଦେଇଛନ୍ତି ।
Views: 37