ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲୋକସଭା ସାଂସଦ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ସଦନର ସଦସ୍ୟତା ପାଇଁ ସେ ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ହାତରେ ସମ୍ବିଧାନର ଲାଲ ବହି ଦେଖିବାକୁ ମିଳିଥିଲା । ତାଙ୍କର ଏହି ହାବଭାବରୁ ସ୍ପଷ୍ଟ ହୋଇଗଲା ଯେ ସେ ଲୋକସଭାରେ ଭାଇ ରାହୁଲ ଗାନ୍ଧୀଙ୍କ ଭଳି ନିଜ ଭୁମିକା ଗ୍ରହଣ କରିବେ । କେରଳର ୱାଇନାଡ ଉପନିର୍ବାଚନରେ ବାଜିମାତ୍ କରିଥିଲେ ପ୍ରିୟଙ୍କା । ଶପଥ ନେବାର କିଛି ସମୟ ପରେ ନିଜ ଆସନକୁ ଯିବା ପୂର୍ବରୁ ଭାଇ ରାହୁଲ ଗାନ୍ଧୀଙ୍କୁ ନମସ୍କାର ଜଣାଇଛନ୍ତି ପ୍ରିୟଙ୍କା । ଏହାପରେ ଭାଇ ଭଉଣୀ ଉଭୟଙ୍କୁ ହାତ ଯୋଡି ଅଭିବାଦନ ଜଣାଇଛନ୍ତି । ପ୍ରିୟଙ୍କାଙ୍କ ସହ କଂଗ୍ରେସର ଆଉ ଜଣେ ସାଂସଦ ରବିନ୍ଦ୍ର ଚୌହ୍ବାନ ବି ଶପଥ ନେଇଛନ୍ତି । ମହାରାଷ୍ଟ୍ରର ନାନ୍ଦେଡ ସିଟ୍ ଉପନିର୍ବାଚନରେ ବିଜୟ ହୋଇଥିଲେ ରବିନ୍ଦ୍ର । ଏହି ଆସନରୁ ବାଇ ରାହୁଲ ନିର୍ବାଚନ ଜିତିଥିଲେ । କିନ୍ତୁ ରାହୁଲ ଦୁଇଟି ଆସନରୁ ବିଜୟ ଲାଭ କରିଥିବାରୁ ରାହୁଲ ଗାନ୍ଧୀ ଏହି ଆସନ ଛାଡି ଦେଇଥିଲେ । ଯାହା ପରେ ଏଠାରେ ଉପନିର୍ବାଚନରେ ପ୍ରିୟଙ୍କା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରିୟଙ୍କା ଦୀର୍ଘ ସମୟରୁ କଂଗ୍ରେସର ଷ୍ଟାର ପ୍ରଚାରକ ଓ ମହାସଚିବ ରହିଆସିଛନ୍ତି । କିନ୍ତୁ ନିର୍ବାଚନକୁ ଓହ୍ଲାଇବା ସହ ଏବେ ସେ ରାଜନୀତିକୁ ଓହ୍ଲାଇଛନ୍ତି ।
ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...