ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। କାଲିଠୁ ଡିସେମ୍ବର ୧ ପର୍ୟ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ବର ପୋଲିସ ଛାଉଣୀ । ଏହି ସମ୍ମିଳନୀ ଉଦଘାଟନ କରିବେ ଅମିତ ଶାହ । ଏଥିପାଇଁ ପୂରା ରାଜଧାନୀକୁ ଏବେଠାରୁ ହାଇଆଲର୍ଟରେ ରଖାଯାଇଛି । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ । ଏମାନେ ଆଜି ଆସି ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି ପହଞ୍ଚିବେ ଅମିତ ଶାହ ଓ ନରେନ୍ଦ୍ର ମୋଦି। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ।ସାରା ସହରରେ ସୁରକ୍ଷା କଡ଼ାକଡ଼ି । ବିମାନବନ୍ଦର, ଲୋକସେବାଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ । ପୂରା ଭୁବନେଶ୍ୱରକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ଭୁବନେଶ୍ବରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିଵେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବିଭିନ୍ନ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ସୁରକ୍ଷା ବାହିନୀର ଡିଜି, ସୀମା ସୁରକ୍ଷା ବଳ ଡିଜି, ଏନସିବି ଡିଜି ପ୍ରମୁଖ ରାଜ୍ୟ ଅତିଥିଭବନରେ ରହିବେ। ଏଥିପାଇଁ ଅତିଥି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆସନ୍ତାକାଲିଠୁ ଡିଜି ଆଇଜି ସମ୍ମିଳନୀ, ରାଜଧାନୀକୁ ଜଗିବେ ୮୫ ପ୍ଲାଟୁନ ଫୋର୍ସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...