The Ultimate Managed Hosting Platform
ADVERTISEMENT

ପୁଣି ଯାତ୍ରାରେ ଜଗାକୁ ଅପମାନ, ତାତିଲେ ଦର୍ଶକ

Facebook
Twitter
LinkedIn

ଭଦ୍ରକ : ଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଅପମାନ ବୋଧକ ଶବ୍ଦ । ଏହାକୁ ନେଇ ଦର୍ଶକ ବନ୍ଦ କରିଦେଲେ ଯାତ୍ରା । ଭଦ୍ରକ ଜିଲ୍ଲା ଅନ୍ନପାଳ ଠାରେ ଯାତ୍ରା ପାର୍ଟି “ସ୍ୱର୍ଣ୍ଣ ମହଲ “ର ନାଟକ “ସ୍ୱାମୀ ପାଇଁ ପଛେ ନର୍କକୁ ଯିବି” ଚାଲୁଥିବା ବେଳେ ସଂଳାପରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ବୋଧକ ଶବ୍ଦ ଥିବା ଅଭିଯୋଗ କରିଥିଲେ ଦର୍ଶକ । ଏହାପରେ ଦର୍ଶକ ଉତ୍ତେଜିତ ହୋଇ ଚେୟାର ଫୋପାଡ଼ି ବନ୍ଦ କରିଦେଇଥିଲେ ଯାତ୍ରା । କିଛି ସମୟ ଏହିଭଳି ଚାଲିବା ପରେ, ଯାତ୍ରା କଳାକାର ଏବଂ ଅନୁଷ୍ଠାନର କାର୍ୟ୍ୟକର୍ତ୍ତା ଲୋକଙ୍କୁ ବୁଝାସୁଝା କରି ସିନ୍ ରୁ କିଛି ଅଂଶ କାଟି ପୁଣି ଯାତ୍ରା ପରିବେଷଣ କରାଯାଇଥିଲା। ଯାତ୍ରାରେ ଅଶ୍ଳୀଳତା ପରେ ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରି ନାଟକ ହେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଅଭିଯୋଗ ଆସିଛି । ସେପଟେ ଯାତ୍ରା ସ୍ୱର୍ଣ୍ଣ ମହଲର ମୁଖ୍ୟ ନାୟକ କହିଛନ୍ତି ଯେ, କାହାର ଭାବାବେଗ କିମ୍ବା ଧର୍ମକୁ ଆକ୍ଷେପ କରିବା ନାଟକର ଲକ୍ଷ୍ୟ ନୁହେଁ । ସଚେତନ କରିବା ଲକ୍ଷ୍ୟ ନେଇ ଏହି ନାଟକ ପରିବେଷଣ କରାଯାଇଥିଲା ଲୋକମାନେ ଶେଷ ପର୍ୟ୍ୟନ୍ତ ଏହି ନାଟକ କୁ ଦେଖିଥିଲେ ବୋଲି ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login