The Ultimate Managed Hosting Platform
ADVERTISEMENT

୫ ବର୍ଷରେ କୁମ୍ଭୀର ନେଇଛି ୨୨ ଜଣଙ୍କ ଜୀବନ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ରାପଡାକୁ ନେଇ ବିଧାନସଭାରେ ପ୍ରଶ୍ନ ହୋଇଛି । କୁମ୍ଭୀର ଆକ୍ରମଣରେ କେନ୍ଦ୍ରାପଡାରେ କେତେ ଲୋକଙ୍କ ଜୀବନ ଯାଇଛି ? ଆଳିର ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । କେନ୍ଦ୍ରାପଡାରେ ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ଗତ ୫ ବର୍ଷରେ କୁମ୍ଭୀର ଆକ୍ରମଣରେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ କୁମ୍ଭୀର ନଦୀରୁ ବାହାରି ଉପରମୁହାଁ ହେବାର କାରଣ କଣ ବୋଲି ପ୍ରତାପ ଦେବଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । କେନ୍ଦ୍ରାପଡାରେ ଗତ ୫ ବର୍ଷରେ ୨୨ ଜଣଙ୍କ ଜୀବନ କୁମ୍ଭୀର ଆକ୍ରମଣରୁ ଯାଇଛି । ବ୍ରାହ୍ମଣୀ ବୈତରଣୀ ଏବଂ ଖରସ୍ରୋତା ନଦୀରେ ୨୦୧୯-୨୦ ରୁ ୨୦୨୩-୨୪ ଯାଏଁ ମୋଟ ୨୨ ଜଣଙ୍କୁ ମାରିଛି କୁମ୍ଭୀର । ଏବଂ ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀର ଉପରମୁହାଁ ହୋଇଥାନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login