
ବଲାଙ୍ଗୀର : ଗ୍ରାମରେ ଅଘଟଣ ଘଟିଛି ବଲାଙ୍ଗୀର ବନାରସ୍ ରେ । ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଗୁଲାପି ମହାକୁର । ସୂଚନା ଅନୁଯାୟୀ , ଲାଇନରେ ଛିଡ଼ା ହୋଇଥିବା ବେଳେ ଅଚେତ ହୋଇପଡିଥିଲେ ଗୁଲାପି । ତେବେ ତାଙ୍କ ଅବସ୍ଥାରେ ଗୁରୁତର ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଉଥିଲା । ହେଲେ ହସ୍ପିଟାଲ ନେବା ସମୟରେ ତାଙ୍କର ମୃତ୍ୟ ଘଟିଛି । ସଇଁତଲା ବ୍ଲକ ବନାରସ ଗାଁର ୮ ନମ୍ବର ବୁଥରେ ଘଟିଛି ଏପରି ଅଘଟଣ ।
ସେପଟେ ଗୁଲାପୀଙ୍କ ମୃତ୍ୟୁ ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Views: 268