କଟକ : ପାରିବାରିକ କଳହରୁ ଚାଲିଗଲା ଭାଇର ଜୀବନ । ବଡ ଭାଇର ଫାଉଡା ଚୋଟରେ ସାନ ଭାଇର ଚାଲିଗଲା ଜୀବନ । କଟକ ଜିଲ୍ଲା ଗୁରୁଡି ଝାଟିଆ ଥାନା ଖିରିଖିରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟାରେ ବେହେରା ବଦରା ସହ ସାନଭାଇ ବର୍ଜୁ ବଦରାଙ୍କ ଝଗଡ଼ା ହୋଇଥିଲା । ବଡଭାଇ ସାନ ଭାଇକୁ ଫାଉଡାରେ ଅତି ନିର୍ମମ ଭାବେ ପିଟିପିଟି ଜୀବନ ନେଇଥିଲା । ଖବର ପାଈ ଗୁରୁଡିଝାଟିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ କଟକ ଜିଲ୍ଲାର ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ବଡ ଭାଈକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଗୁରୁଡିଝାଟିଆ ପୋଲିସ୍ । ଘଟଣାସ୍ଥଳରେ କଟକରୁ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛି ।
Views: 29