କଟକ : ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ସଂଶୋଧିତ ମେଧା ତାଲିକା ଦାଖଲ । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଓପିଏସସି ସଚିବ । ଆସନ୍ତାକାଲି ସୁଦ୍ଧା ଓପିଏସସି ୱେବସାଇଟରେ ପ୍ରଦର୍ଶନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବ ତାଲିକା ଅନୁଯାୟୀ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡ଼ିଛନ୍ତି ହାଇକୋର୍ଟ । ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ରହିଛି । ଆସନ୍ତା ଗୁରୁବାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ଗତ ୨୦ ତାରିଖ ଦିନ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେରିଟ ଲିଷ୍ଟ ଦାଖଲ କରିବାରେ ଓପିଏସସି ବିଫଳ ହେବାରୁ ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଏହି ପରୀକ୍ଷାର ସଂପୂର୍ଣ୍ଣ ମେରିଟ ଲିଷ୍ଟ ସହିତ ଅଧ୍ୟକ୍ଷ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୭/୧୮ ମସିହାରେ ଓପିଏସସି ପକ୍ଷରୁ ହୋଇଥିବା ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ନେଇ ଏକ ମାମଲା ହୋଇଥିଲା । ଡେଣ୍ଟାଲ ସର୍ଜନ ପାଇଁ ପରୀକ୍ଷା ହେବା ପରେ ଓପିଏସସି ଉତ୍ତର କପି ପ୍ରକାଶ କରିଥିଲା । କିନ୍ତୁ ଏହି ଉତ୍ତର କପି ତ୍ରୁଟି ଥିବା ୬ ଜଣ ଆଶାୟୀ ଓପିଏସସି ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଓପିଏସସି ଏକ୍ସପର୍ଟ କମିଟି କରି ରିଭ୍ୟୁ କରିଥିଲା ।
କାଲି ସୁଦ୍ଧା ଡେଣ୍ଟାଲ ସର୍ଜନ ମେଧା ତାଲିକା : ହାଇକୋର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











