The Ultimate Managed Hosting Platform
ADVERTISEMENT

ଭାଇ ସାଜିଲା ଶତ୍ରୁ, ଟାଙ୍ଗିଆ ଚୋଟରେ ନେଇ ଗଲା ବଡ ଭାଇର ଜୀବନ

Facebook
Twitter
LinkedIn

ଝାରସୁଗୁଡା : ମାକୁ ମାରିବାକୁ ଉଦ୍ୟମ ବେଳେ ପ୍ରତିବାଦ କଲା ବଡ଼ ପୁଅ। ସାନ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଖନପୁର ଥାନା ଗଙ୍ଗାପଡ଼ା ଗ୍ରାମରେ। ମୃତକ ହେଉଛନ୍ତି ସୁନୀଲ ମୁଣ୍ଡ(୨୯)। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁନିଲଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ସୁନୀଲଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login