The Ultimate Managed Hosting Platform
ADVERTISEMENT

ପୂଜା ସମୟରେ ତଳେ ରଖନ୍ତୁନି ଏସବୁ ଜିନିଷ, ସୁଖ ସମୃଦ୍ଧିରେ ହେବ ହାନି

Facebook
Twitter
LinkedIn

ହିନ୍ଦୁ ଧର୍ମ ଅନୁସାରେ, ପୂଜାପାଠ କରିବା ସମୟରେ ଅନେକ ପୂଜାଦ୍ରବ୍ୟର ଆବଶ୍ୟକତା ହୋଇଥାଏ। ଯେମିତି ଧୂପ,ଦୀପ, ଶଙ୍ଖ, ଅକ୍ଷତ, ଫୁଲ, ଫଳ ଇତ୍ୟାଦି। ତେବେ ଏମିତି କିଛି ପୂଜାଦ୍ରବ୍ୟ ରହିଛି, ଯାହାକୁ ତଳେ ରଖିବା ଉଚିତ ନୁହେଁ। ସେମିତି କିଛି ଜିନିଷ ହେଉଛି –
ଦୀପ -ପୂଜା କରିବା ସମୟରେ ଦୀପ ପ୍ରଜ୍ବଳନର ବିଧି ରହିଛି। ତେବେ ଦୀପକୁ କେବେ ମଧ୍ୟ ଭୂମି ଉପରେ ରଖିବା ଉଚିତ ନୁହେଁ। ଏହାକୁ ଥାଳି କିମ୍ବା ଦୀପ ଷ୍ଟାଣ୍ଡ ଉପରେ ରଖିବା ଦ୍ବାରା ପୂଜାର ଶୁଭଫଳ ମିଳିଥାଏ।
ଶଙ୍ଖ-ପୂଜା କରିବା ସମୟରେ ଶଙ୍ଖ ଫୁଙ୍କିବା ଶୁଭ ହୋଇଥାଏ। ପୂଜାଘରେ ଶଙ୍ଖ ରଖିବା ବହୁତ ଶୁଭ। କାରଣ ଶଙ୍ଖକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ। ଘରେ ଶଙ୍ଖ ରଖିବା ଦ୍ବାରା ସୁଖ ସମୃଦ୍ଧି ଆସିଥାଏ ବୋଲି କୁହାଯାଏ। ତେବେ ଶଙ୍ଖକୁ କେବେ ମଧ୍ୟ ତଳେ ରଖିବା ଉଚିତ ନୁହେଁ। ଏହାଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଏବଂ ଏଥିଯୋଗୁ ଆର୍ଥିକ ସଙ୍କଟ ଦେଖାଯାଏ ବୋଲି କୁହାଯାଏ।
ମୂର୍ତ୍ତି-ପୂଜାଘରକୁ ସଫା କରିବା ସମୟରେ ଠାକୁରଙ୍କ ମୂର୍ତ୍ତିକୁ ଚଟାଣ ଉପରେ ରଖନ୍ତୁ ନାହିଁ। ମୂର୍ତ୍ତିକୁ କୌଣସି ପିଢ଼ା, ସଫା ବସ୍ତ୍ର କିମ୍ବା ଥାଳି ଉପରେ ରଖିବା ଉଚିତ। ଠାକୁରଙ୍କ ମୂର୍ତ୍ତି ତଳେ ରଖିବା ଦ୍ବାରା ଘରର ସୁଖସମୃଦ୍ଧି ହାନି ହୋଇଥାଏ।
ଆଭୂଷଣ-ଅନେକ ଠାକୁରଙ୍କ ମୂର୍ତ୍ତିରେ ଗହଣା ପିନ୍ଧାଇଥାନ୍ତି। କାରଣ ଗହଣା ହେଉଛି ଶୁଭର ପ୍ରତୀକ। ଗହଣା ବା ଆଭୂଷଣର ସମ୍ପର୍କ ଗ୍ରହ ସହିତ ହୋଇଥାଏ। ତେଣୁ ସେହି ଆଭୂଷଣକୁ ଭୂମି ଉପରେ ରଖ୍ଖବା ଅଶୁଭ ବୋଲି କୁହାଯାଏ। କାରଣ ଏହାଦ୍ବାରା ଗ୍ରହର ସ୍ଥିତି ପ୍ରଭାବିତ ହୋଇଥାଏ ଏବଂ ଜୀବନରେ ସମସ୍ୟା ଆସିଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login