ରାଉରକେଲା: ପାନପୋଷ ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା। ହେଲେ ଗତ ୨୦୧୪ରୁ ବନ୍ଦ ରହିଥିବା ଅର୍ନ୍ତବିଭାଗ କାର୍ୟ୍ୟକ୍ଷମ ହେଉ ନଥିଲା। ବିଶେଷକରି ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ହସ୍ତକ୍ଷେପ କରିଥିଲେ। ଡାକ୍ତରଖାନା ବୁଲିବା ପରେ ଅତିରିକ୍ତ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟବିଭାଗ ଟିମ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ବନ୍ଦ ପଡିଥିବା ୨୦ ଶଯ୍ୟାବିଶିଷ୍ଟ ଅର୍ନ୍ତବିଭାଗକୁ କାର୍ୟ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାଗିଦ୍ କରିଥିଲେ। ବିଧାୟକଙ୍କ ଦାଗିଦ୍ ପରେ ଗତ ୧୦ ବର୍ଷ ଧରି ବନ୍ଦ ପଡିଥିବା ଅର୍ନ୍ତବିଭାଗ କାର୍ୟ୍ୟକ୍ଷମ ହୋଇଛି। ଡାକ୍ତର ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି। ୪ ନର୍ସିଂ ଅଫିସରରୁ ଏବେ ୧୨ ଜଣ କାର୍ୟ୍ୟ କରୁଛନ୍ତି। ଦୁଇ ଗର୍ଭବତୀ ମା’ ଭର୍ତ୍ତି ହେବା ସହ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ନବଜାତ ଶିଶୁ ରହିଥିବା ଚିକିତ୍ସାଧୀନ ଡାକ୍ତର କରିଛନ୍ତି।
୧୦ ବର୍ଷ ପରେ ପାନପୋଷ ଡାକ୍ତରଖାନାରେ ଖୋଲିଲା ଅର୍ନ୍ତବିଭାଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











