ରାଉରକେଲା: ପାନପୋଷ ଉପଖଣ୍ଡୀୟ ସରକାରୀ ଡାକ୍ତରଖାନାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯାଇଥିଲା। ହେଲେ ଗତ ୨୦୧୪ରୁ ବନ୍ଦ ରହିଥିବା ଅର୍ନ୍ତବିଭାଗ କାର୍ୟ୍ୟକ୍ଷମ ହେଉ ନଥିଲା। ବିଶେଷକରି ଗର୍ଭବତୀ ମହିଳାମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କିତ ଖବର ପ୍ରକାଶ ପାଇବାପରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ହସ୍ତକ୍ଷେପ କରିଥିଲେ। ଡାକ୍ତରଖାନା ବୁଲିବା ପରେ ଅତିରିକ୍ତ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟବିଭାଗ ଟିମ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ବନ୍ଦ ପଡିଥିବା ୨୦ ଶଯ୍ୟାବିଶିଷ୍ଟ ଅର୍ନ୍ତବିଭାଗକୁ କାର୍ୟ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦାଗିଦ୍ କରିଥିଲେ। ବିଧାୟକଙ୍କ ଦାଗିଦ୍ ପରେ ଗତ ୧୦ ବର୍ଷ ଧରି ବନ୍ଦ ପଡିଥିବା ଅର୍ନ୍ତବିଭାଗ କାର୍ୟ୍ୟକ୍ଷମ ହୋଇଛି। ଡାକ୍ତର ସଂଖ୍ୟା ୪ରୁ ୮କୁ ବୃଦ୍ଧି ପାଇଛି। ୪ ନର୍ସିଂ ଅଫିସରରୁ ଏବେ ୧୨ ଜଣ କାର୍ୟ୍ୟ କରୁଛନ୍ତି। ଦୁଇ ଗର୍ଭବତୀ ମା’ ଭର୍ତ୍ତି ହେବା ସହ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ନବଜାତ ଶିଶୁ ରହିଥିବା ଚିକିତ୍ସାଧୀନ ଡାକ୍ତର କରିଛନ୍ତି।
୧୦ ବର୍ଷ ପରେ ପାନପୋଷ ଡାକ୍ତରଖାନାରେ ଖୋଲିଲା ଅର୍ନ୍ତବିଭାଗ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...