ଭୁବନେଶ୍ୱର : ରାଜ୍ୟରେ ତଳମୁହାଁ ରହିଛି ପାରଦ । ଜାରି ରହିଛି ଶୀତ ଲହରି । ଆଗାମୀ ୪-୫ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ଆସିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଜାରି ରହିଛି ହାଡ ଭଙ୍ଗା ଶୀତ । ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରାରେ ଥରୁଛି ଫୁଲବାଣୀ ସହର । ସକାଳୁ ସକାଳୁ କୁହୁଡିର ତାପମାତ୍ରା କମ ଥିବା ବେଳେ ଶୀତ ଅନୁଭୂତ ହେଉଛି । ଆଗକୁ ଆହୁରି ୨-୩ ଡିଗ୍ରୀ ସେଲସିୟସ ତାପମାତ୍ରା କମିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।
Views: 29