ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଭାରତ ଗସ୍ତରେ ଆସିବେ । ଏ ନେଇ ତାଙ୍କ ପ୍ରେସ ସଚିବ ତଥା କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ମଙ୍ଗଳବାର ଘୋଷଣା କରିଛନ୍ତି । ତେବେ ପୁଟିନଙ୍କ ଗସ୍ତ ତାରିଖ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ । ୨୦୨୨ରେ ରୁଷ –ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପୁଟିନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଶେଷ ଥର ପାଇଁ ୨୦୨୧ ଡିସେମ୍ବର ୬ରେ ରୁଷ ରାଷ୍ଟ୍ରପତି ପୁଟିନ ଭାରତ ଗସ୍ତରେ ଆସିଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ପଶ୍ଚିମ ରାଷ୍ଟ୍ର ମାନଙ୍କ ପ୍ରବଳ ଚାପ ସତ୍ତ୍ୱେ ନୂଆଦିଲ୍ଲୀ ଏବଂ ମସ୍କୋ ମଧ୍ୟରେ ସମ୍ପର୍କ ସୁଦୃଢ ରହିଛି ।
Views: 44