ଚୈାଦ୍ୱାର : ନିଶା ହେଲା କାଳ । ନିଶାସକ୍ତ ଅବସ୍ଥାରେ ମା-ବାପା ସାଜିଗଲେ ସୈତାନୀ । ପୁଅର ଜୀବନ ନେଇଗଲେ ଆଉ ତାକୁ ମାଟିରେ ପୋତିଦେଲେ । ଚୈାଦ୍ୱାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିରେ ଘଟଛି ଏଭଳି ଲୋମହର୍ଷଣକାରୀ ଘଟଣା । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶିଶୁପୁତ୍ରର ବାପା ରାଜୁ ହେ ମ୍ବ୍ରମଙ୍କ ୩ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରେ ପହଂଚିଲେ । ରାଜୁ ଓ ତାଙ୍କ ସ୍ତ୍ରୀ ବନ୍ଧୁଙ୍କ ସହ ମିଶି ମଦ ପିଇବା ପରେ ନିଶାଗ୍ରସ୍ତ ହୋଇ ଶିଶୁଟି ଶୋଇଥିବା ଅବସ୍ଥାରେ ଚଢି ଯାଇଥିଲେ । ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକ । ଭୋରୁ ବାପା ମା ଏକ ପରିତ୍ୟକ୍ତ ସ୍ଥାନରେ ତରବରିଆ ଭାବେ ଶିଶୁକୁ ପୋତି ଦେଇଥିଲେ । ଏ ନେଇ ସ୍ଥାନୀୟ ଯୁବକ ଚୈାଦ୍ୱାର ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ବାପା ମାଙ୍କୁ ଅଟକ ରଖି ତଦନ୍ତ କରୁଛି ।
Views: 42