The Ultimate Managed Hosting Platform
ADVERTISEMENT

ଉତ୍ତର ଦିଗରେ ଶୋଇଲେ ଆସେ ଦୁଃସ୍ୱପ୍ନ ! କେଉଁ ଦିଗକୁ ମୁଖ କରି ଶୋଇବେ ?

Facebook
Twitter
LinkedIn

ଶରୀରକୁ ସୁସ୍ଥ ରଖିବା ପାଇଁ ଉଭୟ ସକ୍ରିୟ ରହିବା ଓ ସେତିକି ଶୋଇବା ଜରୁରୀ । ପର୍ଯ୍ୟାପ୍ତ ପରିମାମ୍େର ଶୋଇବା ଦ୍ୱାରା ମଣିଷ ଫୂର୍ତ୍ତି ଅନୁଭବ କରିଥାଏ । କିନ୍ତୁ ଆପଣ ଯଦି ସଠିକ ପରିମାଣରେ ନ ଶୁଅନ୍ତି ତେବେ କାମରେ ମଧ୍ୟ ମନ ଲାଗି ନ ଥାଏ । ଅନେକ ଥର ଆମେ ଖରାପ ସ୍ୱପ୍ନ ଦେଖି ନିଦରୁ ଉଠିପଡୁ । ବାସ୍ତୁ ଶାସ୍ତ୍ରରେ ଶୋଇବା ଦିଗର ବିଶେଷ ମହତ୍ତ୍ୱ ରହିଛି । ଶୋଇବା ବେଳେ ମୁଣ୍ଡ ଓ ଗୋଡ ଉଚିତ ଦିଗରେ ରହିବା ଆବଶ୍ୟକ । ଯେଉଁଭଳି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ସେହିଭଳି ନିୟମିତ ଦିନଚର୍ଯ୍ୟା ପାଇଁ ଠିକ ଭାବେ ଶୋଇବା ଜରୁରୀ । ବାସ୍ତୁ ଅନୁସାରେ ଭୁଲ ଦିଗରେ ମୁଣ୍ଡ ରଖି ଶୋଇବା ଦ୍ୱାରା ଖାରପ ପ୍ରଭାବ ଆମ ଉପରେ ପଡିଥାଏ । ଆସନ୍ତୁ ଜାଣିବା କେଉଁ ଦିଗରେ ମୁଣ୍ଡ ରଖି ଶୋଇବା ।


୧-ବାସ୍ତୁ ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଦ୍ୱାରା ବ୍ୟକ୍ତିର ନିଜ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ମନ ବିଚଳିତ ରହିଥାଏ । ଏହା ଯମ ଲୋକର ଦିଗ ବୋଲି କୁହାଯାଇଥାଏ । ଏହି ଦିଗରେ ଶୋଉଥିବା ବ୍ୟକ୍ତି ଉଚ୍ଚ ରକ୍ତଚାପର ସମ୍ମୁଖୀନ ହୋଇଥାନ୍ତି ।
୨-କେବେ ବି ପଶ୍ଚିମ ଦିଗକୁ ମୁଣ୍ଡ ପୂର୍ବ ଦିଗକୁ ଗୋଡ କରି ଶୋଇବା ଉଚିତ ନୁହେଁ । ପୂର୍ବ ଦିଗରେ ଦେବୀ ଦେବତାଙ୍କ ଦିଗ କୁହାଯାଏ ।
୩-ବାସ୍ତୁ ଅନୁସାରେ ଅବିବାହିତା କନ୍ୟାଙ୍କୁ ଉତ୍ତର-ପଶ୍ଚିମ ଦିଗରେ ଶୋଇବା ଉଚିତ । ଏହା ଦ୍ୱାରା ବିବାହ ଯୋଗ ମଜବୁତ ହୋଇଥାଏ ।
୪-ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ ଫୁଲ ଏବଂ ଗଛ ରଖନ୍ତୁ ନାହିଁ । ଏହା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ ।
୫-ଘରର କବାଟ ସମ୍ମୁଖରେ ଶୋଇବା ଭଲ ନୁହେଁ । ମୃତ୍ୟୁ ପରେ ବ୍ୟକ୍ତିର ଶବକୁ କବାଟ ପାଖରେ ରଖାଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login